ହୋଟେଲରୁ ସୁନା ଦୋକାନୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢ଼େଙ୍କାନାଳ ସହରରେ ଥିବା ହୋଟେଲ ଶକୁନ୍ତଳାରୁ ଜଣେ ସୁନା ଦୋକାନୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଜୁ ମଇତି। ଘର କୋଲକାତାରେ। ସେ ଢେଙ୍କାନାଳ ଭୁବନରେ ଗହଣା ଦୋକାନ କରିଥିଲେ। ବିଜୁଙ୍କ ସହ ଜଣେ ଯୁବତୀ ଥିଲେ। ତାଙ୍କୁ ଟାଉନ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ବିଜୁଙ୍କୁ କେହି ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମୃତ ବିଜୁଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।

ମତାମତ ଦିଅନ୍ତୁ ।