Breaking Newsବାଣିଜ୍ୟ

ହ୍ୟାଣ୍ଡ୍ ସାନିଟାଇଜର୍‌ ମହଙ୍ଗା ହେବ

ନୂଆଦିଲ୍ଲୀ : ଏଣିକି ଆଲ୍‌କହଲ୍‌ଭିତ୍ତିକ ହ୍ୟାଣ୍ଡ୍ ସାନିଟାଇଜର୍‌ ମହଙ୍ଗା ହେବ। ଏହା ଉପରେ ଲାଗିବ ୧୮ ପ୍ରତିଶତ ଜିଏସ୍‌ଟି। ଏହା କହିଛି ଅଥରିଟି ଫର୍ ଆଡ୍‌ଭାନ୍‌ସ୍ ରୁଲିଙ୍ଗ୍ ବା ଏଏଆର୍। ଏହା ବିରୋଧରେ ସ୍ପ୍ରିଙ୍ଗ୍‌ଫିଲ୍‌ଡ୍‌ ଇଣ୍ଡିଆ ଡିଷ୍ଟିଲରିଜ୍‌ ଗୋଆ-ଖଣ୍ଡପୀଠରେ ଆବେଦନ କରିଛି। କମ୍ପାନି ଦ୍ଵାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ହ୍ୟାଣ୍ଡ୍‌ ସାନିଟାଇଜର୍‌ର ବର୍ଗିକରଣ ପ୍ରସଙ୍ଗରେ ଖଣ୍ଡପୀଠଙ୍କୁ ଅବଗତ କରାଇବା ସହ ଉତ୍ପାଦ ଉପରେ ୧୨ ପ୍ରତିଶତ ଟ୍ୟାକ୍ସ ପଡୁଛି ବୋଲି ଯୁକ୍ତି ବାଢ଼ିଛି।

କମ୍ପାନି ଦାବି କରିଛି ସାନିଟାଇଜର୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ତେଣୁ ଏହା ଉପରୁ ଜିଏସ୍‌ଟି ଛାଡ଼ କରାଯାଉ। କିନ୍ତୁ ଅଥରିଟି ଫର୍ ଆଡ୍‌ଭାନ୍‌ସ୍ ରୁଲିଙ୍ଗ୍ ରାୟରେ କହିଛନ୍ତି ଯେହେତୁ ଆବେଦନକାରୀ ପ୍ରସ୍ତୁତ କରୁଥିବା ହ୍ୟାଣ୍ଡ୍‌ ସାନିଟାଇଜର୍ ସବୁ ଆଲ୍‌କହଲ୍‌-ଭିତ୍ତିକ ହ୍ୟାଣ୍ଡ୍‌ ସାନିଟାଇଜର୍‌ ବର୍ଗର ସେଥିପାଇଁ ଏହା ଉପରେ ୧୮ପ୍ରତିଶତ ଜିଏସ୍‌ଟି ଲାଗୁ ହେବ। କେବଳ ସେତିକି ନୁହେଁ ହ୍ୟାଣ୍ଡ୍‌ ସାନିଟାଇଜର୍ସକୁ ଖାଉଟି ବ୍ୟାପାର ମନ୍ତ୍ରାଳୟ ଅତ୍ୟାବଶ୍ୟକ ଦ୍ରବ୍ୟ ଶ୍ରେଣୀଭୁକ୍ତ କରିଥିଲେ ହେଁ ଟିକସ ଛାଡ଼ ସାମଗ୍ରୀ ପାଇଁ ଜିଏସ୍‌ଟି ପୃଥକ୍ ତାଲିକା କରିଛି ବୋଲି ଅଥରିଟି ଫର୍ ଆଡ୍‌ଭାନ୍‌ସ୍ ରୁଲିଙ୍ଗ୍ ସ୍ପଷ୍ଟ କରିଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button