କାଶ୍ମୀରରେ ଯେବେ କଳା ବରଫ ପଡିବ, ସେବେ ବିଜେପିରେ ମିଶିବି : ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଚାରି ଦଶକର ସଂସଦୀୟ କାର୍ଯ୍ୟକାଳ ପରେ ରାଜ୍ୟସଭାରୁ ବିଦାୟ ନେଇଛନ୍ତି । ଏହି ୪୦ ବର୍ଷ ମଧ୍ୟରେ ୨୮ ବର୍ଷ ସେ ରାଜ୍ୟସଭାରେ କଟାଇଛନ୍ତି । ଗୁଲାମ ନବୀ ଆଜାଦ ତାଙ୍କ ବିଦାୟୀ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ଏମିତି ଏକ ଘଟଣା ମନେପକାଇ ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଭାବୁକ ହୋଇଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପୁରା ବିଜେପି ପକ୍ଷରୁ ଗୁଲାମ ନବୀ ଆଜାଦଙ୍କୁ ସମ୍ମାନ ଦିଆଯାଇଥିଲା ।

ଗୁଲାମ ନବୀ ଆଜାଦଙ୍କ ଏହି ବିଦାୟୀ ଭାଷଣ ପରେ ସେ ବିଜେପିରେ ଯୋଗଦେଇପାରନ୍ତି ଅଥବା ମୋଦି ସରକାର ତାଙ୍କୁ କେଉଁ ବଡ ପଦବୀ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ଏକ ସାକ୍ଷାତକାରରେ ଗୁଲାମ ନବୀ ଆଜାଦ କହିଥିଲେ, ‘ଯେଉଁଦିନ କାଶ୍ମୀରରେ କଳା ବରଫ ପଡିବ ସେହିଦିନ ସେ ବିଜେପିରେ ଯୋଗଦେବେ । କେବଳ ବିଜେପି ନୁହେଁ ସେଦିନ ସେ ଅନ୍ୟ ଦଳରେ ମଧ୍ୟ ଯୋଗଦେବେ । ଯେଉଁମାନେ ଏଭଳି ଚର୍ଚ୍ଚା କରୁଛନ୍ତି ସେମାନେ ବୋଧହୁଏ ମୋ ବିଷୟରେ ଜାଣିନାହାନ୍ତି ।’

Leave a Reply

Your email address will not be published. Required fields are marked *

Back to top button