ଆଇସିଏସଇ ଦଶମ ଓ ଆଇଏସସି ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ : ଆଜି ଅପରାହ୍ନରେ ଆଇସିଏସଇ ଦଶମ ଓ ଆଇଏସସି ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଇସିଏସଇ ଦଶମ ଶ୍ରେଣୀର ପାସ୍ ହାର ୯୯.୩୩ ପ୍ରତିଶତ ରହିଥିବା ବେଳେ ଆଇଏସସି ଦ୍ଵାଦଶ ଶ୍ରେଣୀର ପାସ୍ ହାର ରହିଛି ୯୬.୮୪ ପ୍ରତିଶତ।

ଶୁକ୍ରବାର ଘୋଷିତ ଫଳାଫଳ ଅନୁଯାୟୀ ଆଇସିଏସ୍ଇର ମୋଟ ୨,୦୬,୫୨୫ ଜଣ ଛାତ୍ର-ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ପାସ କରିଥିବା ବେଳେ ୧,୩୭୭ ଜଣ ଛାତ୍ର-ଛାତ୍ରୀ ଫେଲ ହୋଇଛନ୍ତି। ସେହିଭଳି ଆଇଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୫,୬୧୧ଜଣ ପାସ କରିଥିବା ବେଳେ ୨,୭୯୮ଜଣ ଛାତ୍ର-ଛାତ୍ରୀ ଫେଲ ହୋଇଛନ୍ତି। ତେବେ କୋଭିଡ ପରିସ୍ଥିତି ପାଇଁ ଚଳିତ ବର୍ଷ ସିଆଇଏସସିଇ ଆଇସିଏସଇ କିମ୍ବା ଆଇଏସସିର  ମେରିଟ୍ ତାଲିକା ପ୍ରକାଶ କରିବ ନାହିଁ ବୋଲି ସିଆଇଏସସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସଚିବ ଗେରି ଆରାଥନ୍ କହିଛନ୍ତି। ଯଦି କୌଣସି ଛାତ୍ର-ଛାତ୍ରୀ ପୁନଃ ମୂଲ୍ୟାଙ୍କନ କରିବା ପାଇଁ ଚାହୁଁଥିବେ ତେବେ ସେମାନେ www.cisce.org ୱେବସାଇଟରେ ଆବେଦନ କରି ପାରିବେ। ପୁନଃ ମୂଲ୍ୟାଙ୍କନ ରାଶି ୧,୦୦୦ଟଙ୍କା ରଖାଯାଇଥିବା କୁହାଯାଇଛି।

ମତାମତ ଦିଅନ୍ତୁ ।