ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

ଭୁବନେଶ୍ଵର : ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ଏଣିକି ମିଳିବ ଅଢେଇ ଲକ୍ଷ ଟଙ୍କା । ପୂର୍ବରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ଆଉ ୨ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା । ନୂଆ ନିଷ୍ପତ୍ତି ମୁତାବକ ସମସ୍ତ ଯୋଗ୍ୟ ଦମ୍ପତ୍ତିଙ୍କୁ ଏହି ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତ୍ତି ହୋଇଛି।

ଏହି ପଦକ୍ଷେପ ଦିବ୍ୟାଙ୍ଗମାନଙ୍କ ମାନସିକ ସ୍ଥିତିକୁ ଆହୁରି ମଜଭୁତ କରିବ ।  ପୂର୍ବରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଏବେ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଯାହା ସାମାଜିକ କ୍ଷେତ୍ରରେ ମଜବୁତ କରିବାକୁ ବିଭାଗ ଏହି  ପଦକ୍ଷେପ ନେଇଛି । ଭିନ୍ନକ୍ଷମଙ୍କ ପାଇଁ ଏ ପଦକ୍ଷେପ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏ ନିୟମ ଦ୍ବାରା ବିଭିନ୍ନ ଫେଜରେ ତାଙ୍କ ପାଖକୁ ଟଙ୍କା ଆସିବ । ଏଥିପାଇଁ ତାଙ୍କର ଉପଯୁକ୍ତ ଭିନ୍ନକ୍ଷମ  ସାର୍ଟିଫିକେଟ୍ ଥିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *

Back to top button