ଇଲେକ୍ଟ୍ରୋନିକ୍ସ ସ୍କୁଟର୍ ‘ହୋପ’ ୨୦ ପଇସାରେ ଚାଲିବ ୧ କିଲୋମିଟର୍

ନୂଆଦିଲ୍ଲୀ : ଆଇଆଇଟି ଦିଲ୍ଲୀର ଇନକ୍ୟୁବେଟେଡ୍ ଷ୍ଟାର୍ଟଅପ୍ ଗେଲିଅସ୍ ମୋବିଲିଟୀ ଏକ ଇଲେକ୍ଟ୍ରୋନିକ୍ସ ସ୍କୁଟର୍ ‘ହୋପ’ର ଉଦ୍ଭାବନ କରିଛି। ଯାହା ୧ କିଲୋମିଟର୍ ଚାଲିବ ପାଇଁ ଖର୍ଚ୍ଚ ହେବ ମାତ୍ର ୨୦ ପଇସା। ଏହି ଗାଡିର ଡେଲିଭରୀ ଓ ସ୍ଥାନୀୟ ଯାତାୟତା ପାଇଁ ଲାଭଦାୟକ ହେବ। ଘଣ୍ଟାପ୍ରତି ଏହାର ସର୍ବାଧିକ ବେଗ ୨୫ କିଲୋମିଟର୍ ଥିବା ବେଳେ ସ୍କୁଟରଟି ଇ-ଭେହିକିଲ୍ ରିହାତି ବର୍ଗରେ ଅନ୍ତର୍ଭୁକ୍ତ।

ସବୁଠାରୁ ବଡ କଥା ହେଲା ଏହି ସ୍କୁଟରକୁ ଚଳାଇବା ପାଇଁ କୌଣସି ଡ୍ରାଇଭିଂ ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେସନର ଆବଶ୍ୟତକା ନାହିଁ। ‘ହୋପ’ ସହ ପୋର୍ଟେବଲ୍ ଚାର୍ଜର ଓ ପୋର୍ଟେବଲ୍ ଲିଥିୟମ୍-ଆୟନ୍ ବ୍ୟାଟେରୀ ରହିଛି। ଯାହାକୁ ଘରେ ବ୍ୟବହୃତ ହେଉଥିବା ସାମାନ୍ୟ ପ୍ଲଗ୍ ଦ୍ୱାରା ଚାର୍ଜ କରିହେବ। ଅଳ୍ପ ବିଦ୍ୟୁତରେ ବ୍ୟାଟେରୀ ୪ ଘଣ୍ଟାରେ ପୂରା ଚାର୍ଜ ହୋଇଯିବ। ଏହାକୁ ଚଳାଇବା ପାଇଁ ଦୁଇଟି ଅଲଗା ଅଲଗା ଅପସନ୍ ରହିଛି। ଜଣେ ଚାହିଁଲେ ୫୦ କିଲୋମିଟର କିମ୍ବା ୭୫ କିଲୋମିଟରର ବ୍ୟାଟେରୀ କ୍ଷମତା ଚୟନ କରିପାରିବେ।

ସ୍କୁଟରରେ ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ, ଡାଟା ମନିଟରିଂ ସିଷ୍ଟମ୍ ଓ ପ୍ୟାଡଲ୍ ଆସିଷ୍ଟ ୟୁନିଟ୍ ଭଳି ଅତ୍ୟାଧୁନିକ ଟେକନିକର ମିଶ୍ରଣ ରହିଛି। ଏଥିରେ ଆଇଓଟି ରହିଛି, ଯାହା ଡାଟା ଆନାଲିଟିକ୍ସ ଜରିଆରେ ଗ୍ରାହକଙ୍କୁ ସର୍ବଦା ନିଜର ସ୍କୁଟର ସମ୍ବନ୍ଧରେ ସୂଚନା ଦେବ। ଏହି କାରଣରୁ ଭବିଷ୍ୟତରେ ‘ହୋପ’ ସ୍ମାର୍ଟ ଓ କନେକ୍ଟେଡ୍ ସ୍କୁଟରର ବର୍ଗରେ ଆସିଥାଏ।

ଗେଲିଅସ୍ ମୋବିଲିଟୀ ଦୁନିଆର ଅନ୍ୟତମ କମ୍ପାନୀ ଭାବେ ସ୍କୁଟରରେ ପେଡାଲ୍ ଆସିଷ୍ଟ ସିଷ୍ଟମ୍ ଭଳି ଫିଚରକୁ ସ୍ଥାନ ଦେଇଛି। ଏହାଦ୍ୱାରା ଗ୍ରାହକ ଯାତ୍ରା ସମୟରେ ନିଜର ସୁବିଧା ଅନୁଯାୟୀ ପେଡାଲ୍ କିମ୍ବା ଥ୍ରୋଟ୍ଟଲର ବିକଳ୍ପକୁ ବାଛି ପାରିବେ। ସେହିପରି ସୁବିଧାଜନକ ପାର୍କିଂ ପାଇଁ ‘ହୋପ’ ସ୍କୁଟରରେ ରହିଥିବା ରିଭର୍ସ ମୋଡର ଟେକନିକ୍ ସହାୟତାରେ କଠିନ ସ୍ଥାନରେ ସ୍କୁଟରକୁ ପାର୍କ କରାଯାଇପାରିବ।

ଅତ୍ୟାଧୁନିକ ଉପଯୋଗ ପାଇଁ ‘ହୋପ’କୁ ମଜଭୁତ୍ ଓ କମ୍ ଓଜନର ଫ୍ରେମରେ ତିଆରି କରାଯାଇଛି। ସ୍କୁଟରର ଗଠନ ଓ ତା’ର ଲିନ୍ ଡିଜାଇନ୍ ଜନଗହଳିପୂର୍ଣ୍ଣ ଟ୍ରାଫିକରୁ ସହଜରେ ବାହାରି ପାରିବ। ଏହି ସ୍କୁଟରରେ ରିଭଲ୍ୟୁସନାରୀ ସ୍ଲାଇଡ୍ ରହିଛି। ଆବଶ୍ୟକ ମୁତାବକ ସାମଗ୍ରୀ କିମ୍ବା ପଛ ସିଟକୁ ଯୋଡ଼ାଯିବାର ବିକଳ୍ପ ରହିବ। ଖାଦ୍ୟ, ଇ-କମର୍ସ, ଗ୍ରୋସେରୀ, ଅତ୍ୟାବଶ୍ୟକ ଓ ଅନ୍ୟ ବିତରଣ ପ୍ରୟୋଗ ଦ୍ୱାରା ହାଇପରଲୋକାଲ୍ ଡେଲିଭରୀ ଆବଶ୍ୟକତାକୁ ପୂରଣ କରିବାକୁ ଗେଲିଅସ୍ ମୋବିଲିଟୀ ଏବେ ଅନ୍ୟ ଲଜିଷ୍ଟିକ୍ ଓ ଡେଲିଭରୀ କମ୍ପାନୀ ସହ ଯୋଗାଯୋଗ ଚଳାଇଛି।

ସ୍କୁଟରର ଚାର୍ଜିଂ ଓ ଭରଣପୋଷଣ ପାଇଁ କମ୍ପାନୀ ବିଭିନ୍ନ ସ୍ଥାନରେ ହବ୍ ସ୍ଥାପନ କରିବାକୁ ଯୋଜନା କରୁଛି। ଏଥିସହ ଏମରଜେନ୍ସି ସ୍ଥିତିରେ, ଆକସ୍ମିକ ସେବା ଭଳି ମାର୍ଗରେ ସହାୟତା ଓ ବ୍ୟାଟେରୀ ବଦଳାଇବାର ସୁବିଧା କମ୍ପାନୀ ଦ୍ୱାରା ପ୍ରଦାନ କରାଯିବ। ଗେଲିଅସ୍ ମୋବିଲିଟୀର ସିଇଓ ଆଦିତ୍ୟ ତିୱାରୀ କହିଛନ୍ତି ଆମେ ନିୟମିତ ବଢ଼ୁଥିବା ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାରେ ଗତି କରୁଛୁ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସମସ୍ତ ଇଣ୍ଡଷ୍ଟ୍ରୀକୁ ବିଶେଷକରି ଅଟୋମୋବାଲ୍ କମ୍ପାନୀଗୁଡ଼ିକୁ ଉଦ୍ୟମ କରିବା ଦରକାର। ଆମେ ତିନିବର୍ଷ ତଳେ ଏହାର ଶୁଭାରମ୍ଭ କରିଥିଲୁ। ଏଥିରେ ‘ହୋପ’ ଆମର ପ୍ରମୁଖ ପ୍ରୋଜେକ୍ଟ ଥିଲା। ଏହାର ମୂଲ୍ୟ ୪୬,୯୯୯ ଟଙ୍କା। ଯାହା ମାର୍କେଟର ସବୁଠାରୁ ଶସ୍ତା ଇଣ୍ଟରନେଟ୍ କନେକ୍ଟେଡ ସ୍କୁଟର୍ ହେବ।

Leave a Reply

Your email address will not be published. Required fields are marked *

Back to top button