ଇଣ୍ଡିଆ ପାୱାର୍‍ର ‘ପ୍ରଥମେ ଗ୍ରାହକ’ ପଦକ୍ଷେପ ଉପଭୋକ୍ତାଙ୍କ ପାଇଁ ଆଣିଛି ପର୍ଯ୍ୟାପ୍ତ ଲାଭ

ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଶକ୍ତି ଉପଯୋଗିତା କମ୍ପାନୀ ଇଣ୍ଡିଆ ପାୱାର କର୍ପୋରେସନ ଲିମିଟେଡ (ଇଣ୍ଡିଆ ପାୱାର) ନିଜର ଘରୋଇ ଓ ଶିଳ୍ପ ଉପଭୋକ୍ତା ପାଇଁ ଆଣିଛି ପର୍ଯ୍ୟାପ୍ତ ସୁବିଧା। ଭୋଲଟେଜ ହ୍ରାସ ବୃଦ୍ଧି, ଶକ୍ତି ବିଫଳତା, ସମ୍ପୂର୍ଣ୍ଣ ଅନ୍ଧକାର ଓ ଲୋଡ୍‍ ସେଡିଂ ଭଳି ସମସ୍ୟାରୁ ମୁକ୍ତ ହୋଇ ସେମାନେ ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଣ ପାଇବେ। ଏହା ନିଶ୍ଚିତ କରିବାକୁ ଏକ ଅଭିଯାନ କାର୍ଯ୍ୟକାରୀ କରୁଛି କମ୍ପାନୀ।

ରାଷ୍ଟ୍ରାୟତ୍ତ ଉପଯୋଗିତା କମ୍ପାନୀ ତୁଳନାରେ ଇଣ୍ଡିଆ ପାୱାର ଅଧିକାଂଶ ବର୍ଗରେ ୨୦% ଶସ୍ତାରେ ଶକ୍ତି ଯୋଗାଉଛି । କମ୍ପାନୀ ସମ୍ପ୍ରତି ପଶ୍ଚିମବଙ୍ଗର ଆସାନ୍‌ସୋଲ-ରାଣିଗଞ୍ଜ ଅଞ୍ଚଳରେ ୬୧୮ ବର୍ଗକିଲୋମିଟର କ୍ଷେତ୍ରରେ ଶକ୍ତି ଯୋଗାଣ ନିମନ୍ତେ ଆବଣ୍ଟନ ଲାଇସେନ୍ସ ହାସଲ କରିଛି । ଏହା ଭାରତର ହାତଗଣତି ଉପଯୋଗିତା କମ୍ପାନୀଗୁଡିକ ମଧ୍ୟରେ ଅନ୍ୟତମ ଯାହା ଅନ୍ୟ ଦୁଇ ଯୋଗାଣକାରୀଙ୍କ ସହିତ ପ୍ରତିଯୋଗିତାମୂଳକ ପରିବେଶରେ କାର୍ଯ୍ୟ କରୁଛି।

ଅଭିଯାନ ସମ୍ପର୍କରେ ମତରଖି ଇଣ୍ଡିଆ ପାୱାରର ପରିଚାଳନା ନିର୍ଦ୍ଦେଶକ ରାଘବ ରାଜ କାନୋରିଆ କହିଛନ୍ତି ଇଣ୍ଡିଆ ପାୱାରର ଗ୍ରାହକ କୈନ୍ଦ୍ରିକ ପରମ୍ପରା ଶହେବର୍ଷ ପୁରାତନ। ଯାହା ସର୍ବଦା ଏହାର ବ୍ୟବସାୟର ଅଭିନ୍ନ ଅଙ୍ଗ ହୋଇରହିଛି। ଆମ ଗ୍ରାହକଙ୍କ କଲ୍ୟାଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାକୁ ଯାହା ଆବଶ୍ୟକ ତାହା କରୁଛୁ।

ସେହିପରି ଇଣ୍ଡିଆ ପାୱାରର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ସୋମେଶ ଦାସଗୁପ୍ତା କହିଛନ୍ତି ଶକ୍ତିକ୍ଷେତ୍ର ସମ୍ପର୍କରେ ଗଭୀର ଜ୍ଞାନ ହିଁ ଆମର ସାମର୍ଥ୍ୟ। ଯାହା ଆମର ଗ୍ରାହକଙ୍କୁ ଗୁଣାତ୍ମକ ସମାଧାନ ଓ ଏହି ଶ୍ରେଣୀରେ ସର୍ବୋତ୍ତମ ସେବା ଯୋଗାଣ ଜରିଆରେ ଉପଯୁକ୍ତ ମୂଲ୍ୟ ପ୍ରଦାନରେ ସହାୟକ ହେଉଛି। ଇଣ୍ଡିଆ ପାୱାରରେ ଗ୍ରାହକ ପ୍ରଥମ ନୀତି ରହିଛି ଯାହା ପୀଢି ପରେ ପୀଢି ଆମ ସେବା ଜରିଆରେ ପ୍ରଦର୍ଶିତ ହୋଇଆସିଛି। ଆମର ଶିଳ୍ପ, ବାଣିଜ୍ୟିକ,ଘରୋଇ ଉପଭୋକ୍ତାଙ୍କର ଅଭିବୃଦ୍ଧି ଓ ସମୃଦ୍ଧି ନିମନ୍ତେ ଆମେ ନିରନ୍ତର ପ୍ରତିଶ୍ରୁତିବଦ୍ଧ ରହିବୁ।

ଇଣ୍ଡିଆ ପାୱାର ନିଜର ଗ୍ରାହକଙ୍କୁ ସେବା ଯୋଗାଇବା ସକାଶେ ଆଇଓଟି, ସ୍ମାର୍ଟ ମିଟରିଂ ଭିତ୍ତିକ ଆବଣ୍ଟନ, ବିଜନେସ୍ ଇଣ୍ଟେଲିଜେଂଟ (ବିଆଇ) ରିପୋର୍ଟିଂ ପଦ୍ଧତି, ଆଉଟେଜ ମ୍ୟାନେଜମେଣ୍ଟ ବ୍ୟବସ୍ଥା ସମେତ ସର୍ବାଧୁନିକ ପ୍ରଯୁକ୍ତିକୌଶଳ ଏବଂ ଅନ୍ୟ ବହୁ ଉନ୍ନତ ବ୍ୟବସ୍ଥା ଉପଯୋଗ କରୁଛି । ଏହା ମଧ୍ୟ ଏକ ଚବିଶ ଘଣ୍ଟିଆ କଲ୍‍ ସେଣ୍ଟର ପରିଚାଳନା କରୁଛି ଯାହା ନିଜ ଗ୍ରାହକଙ୍କ ନିକଟରୁ ପାଉଥିବା ପ୍ରତ୍ୟେକଟି ଅନୁସନ୍ଧାନର ଜବାବ ରଖୁଛି।

ମତାମତ ଦିଅନ୍ତୁ ।