ଇଣ୍ଡୋନେସିଆ ଚର୍ଚ୍ଚ ନିକଟରେ ଆତ୍ମଘାତୀ ବିସ୍ଫୋରଣ

ଜାକର୍ତ୍ତା : ଇଣ୍ଡୋନେସୀୟ ସହର ମକାସାର୍‌ରେ ଏକ କ୍ୟାଥୋଲିକ୍‌ ଚର୍ଚ୍ଚ ବାହାରେ ଆଜି ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଖବର ଅନୁଯାୟୀ ରବିବାର କ୍ୟାଥୋଲିକ୍‌ ଚର୍ଚ୍ଚରେ ‘ପବିତ୍ର ଇଷ୍ଟର୍‌ ସପ୍ତାହ’ର ପ୍ରଥମ ଦିନ ପାଳନ ହେଉଥିଲା। ସୁଲାେଓ୍ଵସି ଦ୍ୱୀପର ଏହି ଚର୍ଚ୍ଚ ଭିତରେ ଜନସମାଗମ ହୋଇଥିବା ବେଳେ ବିସ୍ଫୋରଣ ଘଟିଥିଲା ବୋଲି ଦକ୍ଷିଣ ସୁଲାେଓ୍ଵସି ପୋଲିସ ମୁଖପାତ୍ର ଇ. ଜୁଲ୍‌ପାନ୍‌ ସମ୍ବାଦ ସରବରାହ ସଂସ୍ଥା ‘ରଏଟର୍ସ’କୁ କହିଛନ୍ତି। ତେବେ ଘଟଣାସ୍ଥଳରେ ପଡ଼ିଥିବା ମାନବ ଶରୀର ଅଙ୍ଗପ୍ରତ୍ୟଙ୍ଗ କେବଳ ଆକ୍ରମଣକାରୀଙ୍କର କିମ୍ବା ଅନ୍ୟମାନଙ୍କର ତାହା ସ୍ପଷ୍ଟ ହୋଇନାହିଁ।

ଗୀର୍ଜାର ଫାଦର୍‌ ଓ୍ଵିଲ୍‌ହେମୁସ୍‌ ତୁଲୁକ୍‌ ଗଣମାଧ୍ୟମକୁ କହିଛନ୍ତି ମୋଟର୍‌ସାଇକେଲ୍‌ରେ ଆସିଥିବା ସନ୍ଦିଗ୍ଧ ବୋମା ବିସ୍ଫୋରଣକାରୀ ଗୀର୍ଜା ପରିସରକୁ ପଶିବାକୁ ଉଦ୍ୟମ କରିବାରୁ ପ୍ରହରୀମାନେ ବାଧା ଦେଇଥିଲେ। ବିସ୍ଫୋରଣରେ ଆହତ ୧୦ଜଣଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Leave a Reply

Your email address will not be published. Required fields are marked *

Back to top button