ଇଫକୋ ଡିଏପି ଦାମ୍ ୫୦ ପ୍ରତିଶତ ବଢିଲା

ନୂଆଦିଲ୍ଲୀ : ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ ଏବେ ରାସାୟନିକ ସାର ମହଙ୍ଗା ହୋଇଛି। ଦେଶର ବଡ କମ୍ପାନୀ ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର କୋ- ଅପରେଟିଭ (ଇଫକୋ) ଅଧିକ ବ୍ୟବହାର ହେଉଥିବା ଡିଏପି (ଡାଇ ଆମୋନିୟମ ଫସଫେଟ୍) ର ମୂଲ୍ୟ ବୃଦ୍ଧି କରିଛି। ଫଳରେ ୫୦ କିଲୋ ବସ୍ତାର ଦାମ ୧୨୦୦ ଟଙ୍କାରୁ ହୋଇଛି ୧୯୦୦ ଟଙ୍କା। ଯାହାକି ପୂର୍ବ ଦାମ ଠାରୁ ୫୮ ପ୍ରତିଶତ ଏଧିକ ବୋଲି କୁହାଯାଉଛି। କେବଳ ଡିଏପି ନୁହେଁ କମ୍ପାନୀ ପୋଟାସ୍ ସାରର ଦାମ୍ ମଧ୍ୟ ବୃଦ୍ଧି କରିଛି।

ଇଫକୋ ଅଧିକାରୀଙ୍କ କହିବା ଅନୁଯାୟୀ ଆର୍ନ୍ତଜାତୀୟ ବଜାରରେ ଡିଏପିରେ ବ୍ୟବହୃତ ହେଉଥିବା ଫସ୍ଫୋରିକ ଏସିଡ୍ ଓ ରାଙ୍କ ଫସ୍ଫେଟର ଦାମ ବୃଦ୍ଧି ପାଇବାରୁ ମୂଲ୍ୟ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଏହି ଦୁଇଟି ପଦାର୍ଥ ଭାରତରେ କମ୍ ମିଳୁଥିବାରୁ ବିଦେଶରୁ ଆମଦାନୀ କରାଯାଉଛି। ତେଣୁ କମ୍ପାନୀ ସାର ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହୋଇଛି।

ଅନ୍ୟପକ୍ଷରେ ସାରର ଦାମ ବଢିବା ଯୋଗୁ ଏଣିକି ଚାଷକାର୍ଯ୍ୟରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ଯାହାର ପ୍ରଭାବ ଖାଉଟିଙ୍କ ଉପରେ ପଡିବ। କେବଳ ସେତିକି ନୁହେଁ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କରିବାକୁ ଚାଷୀମାନେ ସରକାରଙ୍କ ନିଟକରେ ଦାବି କରିବାର ସମ୍ଭାବନା ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *

Back to top button