ଇଟାଭାଟିରେ ହତ୍ୟାକାଣ୍ଡ : ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

0

ସୁନ୍ଦରଗଡ଼ : ଲେଫ୍ରିପଡ଼ା ଥାନା ଦିଆମୁଣ୍ଡା ଗ୍ରାମରେ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ସ୍ଵାମୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ପତ୍ନୀ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଖବର ଅନୁଯାୟୀ ଦିଆମୁଣ୍ଡା ଗ୍ରାମର ଇଟାଭାଟିରେ ଛତିଶଗଡ଼ ଅଞ୍ଚଳର ଲରିଆ ଦମ୍ପତ୍ତି କାମ କରୁଥିଲେ। ଆଉ ଏକ ଇଟାଭାଟିରେ କାମ କରୁଥିଲେ ଶୁକ୍ରୁ ନାଏକ। ଗତ ରାତିରେ ସାମାନ୍ୟ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶୁକ୍ରୁ ସଂପୃକ୍ତ ବ୍ୟକ୍ତିଙ୍କ ବେକକୁ ବ୍ଲେଡ୍ରେ କାଟି ଦେଇଥିଲା। ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ଆସିବାରୁ ତାଙ୍କୁ ଶୁକ୍ରୁ କୁରାଢ଼ୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଇଟାଭାଟି ମାଲିକ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ।

ଅନ୍ୟପକ୍ଷରେ ମରିଯାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଶୁକ୍ରୁ ଓ ତାଙ୍କ ନାବାଳକ ଭାଇ ନିକଟସ୍ଥ ଇଚ୍ଛା ନାଳ ବାଲିପଟାରେ ପୋତି ଦେଇଥିଲେ। ଖବରପାଇ ସର୍ଗିପାଲି ଫାଣ୍ଡି ଅଧିକାରୀ କାଶିନାଥ ବାରିକ ଘଟଣାସ୍ଥଳ ପହଞ୍ଚି ଶୁକ୍ରୁ ଓ ନାବାଳକ ଭାଇଙ୍କୁ ଗିରଫ କରିଛି।

Leave A Reply

Your email address will not be published.