ଯବାନଙ୍କୁ ଅପହରଣ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଜଣେ ଭାରତୀୟ ଯବାନ ଗତକାଲି ଠାରୁ ନିଖୋଜ। ଆଜି ପର୍ଯ୍ୟନ୍ତ ଠାବ କରାଯାଇପାରିନି। ଖବର ଅନୁଯାୟୀ ୧୬୨ ବାଟାଲିୟନର ରାଇଫଲ ମ୍ୟାନ ଶକିର ମନଜୁର କୁଲଗାମରେ କାର୍ଯ୍ୟ କରୁଥିଲେ। ରବିବାର ୫ଟାରୁ ହଠାତ୍‌ ନିଖୋଜ ହୋଇଯାଇଛନ୍ତି। କୁଲଗାମ ନିକଟରୁ ତାଙ୍କ ପରତ୍ୟକ୍ତ ଜଳନ୍ତା କାର ମିଳିଥିବାରୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା ଆଶଙ୍କା କରାଯାଉଛି। ମନଜୁରଙ୍କୁ ଠାବ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି।

ମତାମତ ଦିଅନ୍ତୁ ।