ଜଗା ଏସସିବିରୁ ଡିସଚାର୍ଜ ହେଲା

0

କଟକ : ଜନ୍ମମାଟି ଫୁଲବାଣୀକୁ ଫେରିଲା ଯୋଡାମୁଣ୍ଡ ଶିଶୁ ଜଗା। କଟକ ଏସସିବିରୁ ଡିସଚାର୍ଜ ହେବାପରେ ଜଗାକୁ ୧୦୮ ଆମ୍ବୁଲାନ୍ସରେ ସ୍ୱତନ୍ତ ଡାକ୍ତରୀ ଦଳ ସହ ଫୁଲବାଣୀ ନିଆଯାଇଛି। ଏବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରହିବ।

ଖବର ଅନୁଯାୟୀ ଫୁଲବାଣୀରୁ ଆସିଥିବା ଡାକ୍ତରୀ ଦଳ ସହ ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କର ଆଲୋଚନା ହୋଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି। ଜିଲ୍ଲାପାଳ ଓ ଏନଏଚଏମ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁମତି ଆସିବା ପରେ ଜଗାକୁ ଫୁଲବାଣୀ ଛଡ଼ାଯାଇଛି। ଜଗାର ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କୋଠରୀରେ ଏକ କ୍ୟାବିନ୍ ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ କନ୍ଧମାଳ ଫିରିଙ୍ଗିଆ ମେଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କର ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର ପରେ ପରସ୍ପର ଠାରୁ ଅଲଗା ହୋଇଥିଲେ। ସେଠାରୁ ଆସି କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆ ଆଖି ବୁଜିଥିଲା। ଏବେ ଜଗାର ଚିକିତ୍ସା ଚାଲିଛି। ପୂର୍ବାପେକ୍ଷା ସୁସ୍ଥ ଥିବାରୁ ଏସସିବିରୁ ନେବାପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.