ଜଗତସିଂହପୁର ଜିଲ୍ଲାପାଳ ବଦଳିଲେ

ଭୁବନେଶ୍ୱର : ତିର୍ତ୍ତୋଲ ଉପ ନିର୍ବାଚନ ପୂର୍ବରୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ହୋଇଛନ୍ତି ସରୋଜ କୁମାର ମିଶ୍ର। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସଂଗ୍ରାମଙ୍କ ଘର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ହୋଇଥିବା ଯୋଗୁ କଂଗ୍ରେସ ଆପତ୍ତି ଉଠାଇବା ସହିତ ବଦଳି ଦାବି କରିଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କଂଗ୍ରେସର ଦାବିକୁ ଗ୍ରହଣ କରି ଜିଲ୍ଲାପାଳଙ୍କୁ ତୁରନ୍ତ ସେଠାରୁ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ତାଙ୍କୁ ବଦଳି କରାଯାଇଥିବା ଆଲୋଚନା ହେଉଛି।

ମତାମତ ଦିଅନ୍ତୁ ।