ଜଗତସିଂହପୁର : କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଭିନ୍ନ ଦେବାଦେବୀ ମନ୍ଦିରରେ ୧୪୪

ଜଗତସିଂହପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜିଲ୍ଲାର ବିଭିନ୍ନ ଦେବା ଦେବୀ ମନ୍ଦିରରେ ଆଜି ୧୪୪ ଧାରା ଜାରିକରିଛନ୍ତି।

ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ମନ୍ଦିର ଓ ବିଭିନ୍ନ ଧର୍ମପିଠରେ ଦେବ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାନ୍ତି। ଜନଗହଳି ଓ କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଦଶହରା ସମୟରେ ଜଗତସିଂହପୁରର ସମସ୍ତ ପୂଜା ମଣ୍ଡପରେ କଟକଣା ଲାଗୁ ହୋଇଥିଲା। ଏବେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ନଭେମ୍ବର ୨୮ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରମୁଖ ଦେବା ଦେବୀଙ୍କ ପୀଠରେ କଟକଣା ଲାଗୁ କରାଯାଇଛି। କୌଣସି ଧର୍ମ ପୀଠରେ ୪ଜଣରୁ ଅଧିକ ଲୋକ ଏକାଠି ହେଲେ ଦଣ୍ଡ ବିଧାନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

  'ସମର୍ଥନ' ଟ୍ରଷ୍ଟ ମାଧ୍ୟମରେ ମାଗଣାରେ ପାଠ ପଢ଼ାଯିବ : ଅପରାଜିତା

ଧର୍ମ ପୀଠ ମାନଙ୍କ ମଧ୍ୟରେ ବିଶେଷକରି ଝଙ୍କଡ଼ର ମା’ ଶାରଳାଙ୍କ ମନ୍ଦିର, ପାରାଦ୍ଵୀପ ଜଗନ୍ନାଥ ମନ୍ଦିର, ଗଡ କୁଜଙ୍ଗ ଜଗନ୍ନାଥ ମନ୍ଦିର, ସରବନ୍ତ ଜଗନ୍ନାଥ ମନ୍ଦିର, ଶ୍ରୀବୃନ୍ଦାବନଜୀଉ ମନ୍ଦିର ଗୋଡା, ଗ୍ରାମେଶ୍ଵର ମନ୍ଦିର ପଞ୍ଚପଲୀ, ଗାରୋଇ ଜଗନ୍ନାଥ ମନ୍ଦିର, ଧ୍ଯାନକୁଦ ଜଗନ୍ନାଥ ମନ୍ଦିର, ସିଦ୍ଧଳ ଜଗନ୍ନାଥ ମନ୍ଦିର, ସୋମନାଥ ମହାଦେବ ମନ୍ଦିର ହାଟବଜାର ଆଦି ସ୍ଥାନରେ ଲାଗୁ ହୋଇଛି ୧୪୪ଧାରା। ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଭିଡକୁ ଦୃଷ୍ଟିରେ ରଖି ଡଙ୍ଗା ଭସା ଉପରେ କଟକଣା ଲଗାଇଛନ୍ତି।

ମତାମତ ଦିଅନ୍ତୁ ।