ଯାଜପୁର : ଦଶାଶ୍ଵମେଧ ଘାଟରେ ୧୪୪ ଧାରା

ଯାଜପୁର : ଚଳିତବର୍ଷ କରୋନା ପାଇଁ ବୈତରଣୀ ନଦୀର ଦଶାଶ୍ଵମେଧ ଘାଟ ବାରୁଣୀ ସ୍ନାନ ଉପରେ ଯାଜପୁର ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ଶୁକ୍ରବାର ଏଠାରେ ହେବାକୁ ଥିବା ପ୍ରସିଦ୍ଧ ବାରୁଣୀ ମେଲା ବନ୍ଦ ପାଇଁ ଘାଟ ଓ ଏହାର ସଂଲଗ୍ନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେଥିପାଇଁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯିବ ସୂଚନା ମିଳିଛି।

କୋଭିଡ ଅପ୍ରେଲ ଗାଇଡଲାଇନ ଅନୁଯାୟୀ ଦୁଇଶହରୁ ଅଧିକ ଲୋକଙ୍କର ସମାଗମ ହୋଇପାରିବ ନାହିଁ। ସେଥିପାଇଁ ବୈତରଣୀ ନଦୀର ଦଶାଶ୍ଵମେଧ ଘାଟ ଓ ସଂଲଗ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ସହ ଲୋକଙ୍କ ଯାତାୟାତ ଉପରେ ରୋକ ଲାଗାଇଛି।

Leave a Reply

Your email address will not be published. Required fields are marked *

Back to top button