ଜାଲ୍ ସାର୍ଟିଫିକେଟ୍ : ୨୫ ଶିକ୍ଷକ ବିଦାହେଲେ

0

କଳାହାଣ୍ଡି : ଶିକ୍ଷାଦାନକୁ ବୃତ୍ତିରେ ନିଜକୁ ସାମିଲ କରିଥିବା ବ୍ୟକ୍ତି ସ୍ଵଚ୍ଛତା ରକ୍ଷା କରୁ ନାହାନ୍ତି। ଏହି କ୍ଷେତ୍ରକୁ ପ୍ରବେଶ ପାଇଁ ଜ୍ଜାଲିଆତିର ଆଶ୍ରୟ ନେଉଛନ୍ତି। ଦେଉଛନ୍ତି ଜାଲ୍ ସାର୍ଟିଫିକେଟ୍। ଏହି ଜାଲ୍ ସାର୍ଟିଫିକେଟ୍ ଘଟଣାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ନିୟୋଜିତ ୨୫ ଜଣ ଅସ୍ଥାୟୀ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି। ପିଇଆଇ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ଜାଲିଆତି ଜଣାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ। ବହିଷ୍କୃତ ଶିକ୍ଷକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.