ଜମି ବିବାଦକୁ ନେଇ କୋଣାର୍କରେ ବୋମାମାଡ

କୋଣାର୍କ : କାକଟପୁର-କୋଣାର୍କ ରାସ୍ତାର ତାରିଣୀ କଲୋନି ନିକଟ କାଜୁ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ମିନର୍ଭା ରାଉତ ନାମକ ଜଣେ ମହିଳା କୋଣାର୍କ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଖବର ଅନୁଯାୟୀ ଏକ ସରକାରୀ ଜମିକୁ ନେଇ ମିନର୍ଭାଙ୍କ ସହିତ ସଞ୍ଜୟ ସ୍ଵାଇଁଙ୍କର ବିବାଦ ରହିଥିଲା। କୋଣାର୍କ ଥାନାରେ ଉଭୟଙ୍କ ଭିତରେ ଗତକାଲି ସମାଧାନ କରାଯାଇଥିଲା। ହେଲେ ସଞ୍ଜୟ ଉକ୍ତ ଜମିରେ ଘର ତିଆରି କାମ ଆରମ୍ଭ କରିବାରୁ ଏହାକୁ ମିନର୍ଭା ବିରୋଧ କରିଥିଲେ। ସଞ୍ଜୟ ତାଙ୍କୁ ଭୟଭୀତ କରିବା ଲାଗି ଏହି ବୋମା ମାଡ଼ କରିଥାଇପାରନ୍ତି ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।