ଜମିବାଡ଼ି ବିବାଦ : ମହିଳାଙ୍କୁ ନିର୍ଧୁମ ପିଟିଲେ

ପିପିଲି : ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ସଦସ୍ୟ ଉପରେ ମରଣାନ୍ତକ ଆକ୍ରମଣ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରରେ ଏହି ଘଟଣା ଘଟିଛି। ଜଣେ ମହିଳା ଗୁରୁତର ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ ହରିରାଜପୁର ଗ୍ରାମର କବିତାଙ୍କ ପରିବାର ସହ ପଡ଼ିଶା ଘରର ଜମିବାଡ଼ି ବିବାଦ ରହିଥିଲା। ଏହାକୁ ନେଇ ଗତକାଲି ସକାଳେ ପଡ଼ିଶା ଘରର ପ୍ରାୟ ୧୩ ଜଣ ସଦସ୍ୟ ଲୁହାଛଡ, ପାଣିପାଇପ, ଶାବଳ ଓ କଟୁରୀରେ କବିତାଙ୍କୁ ଆକ୍ରମଣ କରିଥିଲେ। କବିତାକୁ ବଞ୍ଚାଇବାକୁ ଯାଇ ସ୍ୱାମୀ କାଳନ୍ଦୀ ପ୍ରଧାନ ଓ ପୁଅ ଆକ୍ରମଣର ଶିକାର ହୋଇଛନ୍ତି। ଏପରିକି ମୋବାଇଲରେ ମାଡର ଦୃଶ୍ୟ ରେକର୍ଡିଂ କରୁଥିବା କବିତାଙ୍କ ଝିଅକୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। କବିତାଙ୍କୁ ମାଡ଼ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବାପରେ ମହିଳା ସଂଗଠନ ଗୁଡ଼ିକ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ। ତେବେ ଗତକାଲି ରାତିରେ ପୋଲିସ ହରିରାଜପୁର ଗାଁରେ ଚଢ଼ାଉ କରିଥିଲେ ହେଁ ଅଭିଯୁକ୍ତମାନେ ଫେରାରଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।