ଜମ୍ମୁ-କଶ୍ମୀରରେ ଭୂମିକମ୍ପ

କତ୍ରା : ଜମ୍ମୁ-କଶ୍ମୀର କତ୍ରା ନିକଟରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଥିବା ବେଳେ ଝଟକା କିସ୍ତିୱାର ଓ ଉଦ୍ଧମପୁରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।
ତେବେ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଅଧିକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି।

ଖବର ଅନୁଯାୟୀ କତ୍ରାର ଉତ୍ତର ପୂର୍ବ ଦିଗର ୬୩ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ। ସନ୍ଧ୍ୟା ୭.୩୨ରେ ଭୂପୃଷ୍ଠର ୫ କିମି ଗଭୀରେ ଭୂକମ୍ପ ସୃଷ୍ଟି ହୋଇଥିଲା। ଝଟକା ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରି ଆସି ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଛିଡ଼ା ହୋଇଥିଲେ। ଏବେ ପ୍ରାଶସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।