ଜନସନ ଆଣ୍ଡ ଜନସନର ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଲା

ଲଣ୍ଡନ : ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା ସିଙ୍ଗଲ ଡୋଜ୍‌ କରୋନା ଟିକାକୁ ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏମଏଚ୍‌ଆରଏ ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି।

ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକୋକ କହିଛନ୍ତି ବ୍ରିଟେନର ଟିକାକରଣ କାର୍ଯ୍ୟକ୍ରମକୁ ଏହି ନିଷ୍ପତ୍ତି ଆହୁରି ତ୍ୱରାନ୍ୱିତ କରିବ। ବର୍ତ୍ତମାନ ଆମ ପାଖରେ ୪ଟି ସୁରକ୍ଷିତ ଓ ପ୍ରଭାବୀ ଟିକା ହୋଇଯାଇଛି। ଏହା ଲୋକଙ୍କୁ ମାରାତ୍ମକ ଭାଇରସ ଠାରୁ ରକ୍ଷା କରିବ। ସିଙ୍ଗଲ ଡୋଜ୍‌ କରୋନା ଟିକା ଆଗାମୀ ମାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତରେ ଚିହ୍ନଟ ଭ୍ୟାରିଏଣ୍ଟର ଭୟାବହତାକୁ ଦେଖି ଅଧିକ ସଂଖ୍ୟକ ଯୁବକଯୁବତୀ ଟିକା ନେବାକୁ ଆସୁଛନ୍ତି ବୋଲି ସେ କହିଛନ୍ତି।

ପ୍ରଥମ ଦଫାରେ ବ୍ରିଟେନ ସରକାର ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ୍‌ ଟିକାର ୨୦ ମିଲିୟନ ଡୋଜ୍‌ ମଗାଇଛନ୍ତି। ଏହା କରୋନା ବିରୋଧରେ ଲଢ଼େଇ କରିବାକୁ ୭୨ ପ୍ରତିଶତ ସକ୍ଷମ ବୋଲି ମାନବ ପରୀକ୍ଷଣରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button