ଜାନୁୟାରୀ ପହିଲାରୁ ଶ୍ରମିକଙ୍କ ପାଇଁ ଇ-ମଷ୍ଟର ରୋଲ୍ ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ବିଭାଗ ଅଧିନରେ ଥିବା ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କର ଇ-ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଆସନ୍ତା ଜାନୁୟାରୀ ପହିଲାରୁ ଏହା ଲାଗୁ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆରମ୍ଭରୁ ଜଳ ସଂପଦ, ପୂର୍ତ୍ତ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗରେ ଲାଗୁ ହେବ। ୧୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ମଜୁରୀ ଇ-ପେମେଣ୍ଟ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।ଏହା ୫ଟି ବିଭାଗରେ ଲାଗୁ ହେବ. ବୋଲି ଜଣାଯାଇଛି।

ଇ-ମଷ୍ଟର ରୋଲ ଲାଗୁ ହେଲେ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ସିଧାସଳଖ ଯିବ। ଏଥିସହିତ ମଜୁରୀର ମନିଟରିଂ ଓ ଇଏସଆଇ ଓ ଇପିଏଫ ଦେୟଗୁଡ଼ିକର ଠିକ ସମୟରେ ଜମା ହୋଇପାରିବ। ଏହି ସମୀକ୍ଷା ଅବସରରେ ମୁକୟାମନ୍ତ୍ରୀ କହିଛନ୍ତି ସରକାରଙ୍କ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।