ଜଟଣୀରେ ବୋମାମାଡ଼ : ଘର ଆଜବେଷ୍ଟସ ଉଡିଗଲା

ଜଟଣୀ : ଜଟଣୀରେ ଆଜି ବୋମାମାଡ଼ ହୋଇଛି। ଏକା ଥରକେ ୬ଟି ବୋମାମାଡ଼ ହୋଇଥିବାରୁ ରୀନା ପ୍ରଧାନ ଓ ନରେଶ ଦାସ ନାମକ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଜଟଣୀ ମୁଣ୍ଡିଆସାହିର ରବୀନ୍ଦ୍ର କୁମାର ପ୍ରଧାନଙ୍କ ଘର ଉପରକୁ ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ୬ଟି ବୋମାମାଡ କରିଥିଲା। ଏହି ଘଟଣା ଘଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ରବୀନ୍ଦ୍ରଙ୍କ ଘରର କାନ୍ଥ ଭାଙ୍ଗିଯିବା ସହ ଆଜବେଷ୍ଟସ ଉଡିଯାଇଥିଲା। ଏହି ସମୟରେ ପଡୋଶୀ ଘର ସମୁଖରେ ଛିଡା ହୋଇଥିବା ରୀନା ପ୍ରଧାନ ଓ ନରେଶ ଦାସ ଆହତ ହୋଇଥିଲେ। ଉଭୟଙ୍କୁ ଜଟଣୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।