ଯାତ୍ରା ଅଭିନେତା ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସଙ୍କ ପରଲୋକ

ଭୁବନେଶ୍ୱର : ଯାତ୍ରା ‘ଶାଗୁଣା ବସିଛି ଡେଣା ମେଲାଇ’ର ଖଳନାୟକ ଭିକୁ ସେଠ୍ ଓରଫ୍ ମହେନ୍ଦ୍ର ଦାସଙ୍କର ପରଲୋକ ହୋଇଯାଇଛି। ମାତ୍ର ୫୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଛାତିରେ ଯନ୍ତ୍ରଣା ହେବାରୁ ଚୌଦ୍ୱାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସଂପର୍କୀୟା ସୂଚନା ଦେଇଛନ୍ତି। ‘ଶାଗୁଣା ବସିଛି ଡେଣା ମେଲାଇ’ର ଭିକୁ ସେଠ୍ ନାଁ’ରେ ମହେନ୍ଦ୍ର ଦାସ ଓଡ଼ିଶାର ଥିଲେ ବେଶ ପରିଚିତ।

ମତାମତ ଦିଅନ୍ତୁ ।