ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ନେଇ ବିବାଦ : କୋର୍ଟକୁ ଗଲେ ଅଭିନେତା ବାପି ପଣ୍ଡା

ବାଲେଶ୍ୱର : ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାକୁ ବିବାଦ ସୃଷ୍ଟି ହୋଇଛି। କଥା ଯାଇଛି କୋର୍ଟକୁ। ଯାତ୍ରା ଅଭିନେତା ବାପି ପଣ୍ଡା ରାନୀଙ୍କ ବିରୋଧରେ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟର ଦ୍ୱାରସ୍ଥ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବାପିଙ୍କ ଅଭିଯୋଗ ରାନୀ ଲକ୍ଷ ଲକ୍ଷ ଜନସାଧାରଣଙ୍କ ଆଗରେ ପଣ୍ଡା ମୋତେ ଆକ୍ଷେପ କରି ମୋ ଚରିତ୍ର ସଂହାର କରିଛନ୍ତି। ମୋତେ ମାନସିକ ନିର୍ଯାତନା ଦେଇଥିବାରୁ ମୁଁ ନ୍ୟାୟାଳୟର ଆଶ୍ରୟ ନେଇଛି। କେବଳ ସେତିକି ନୁହେଁ ବାପି କହିଛନ୍ତି ରାନୀ ପଣ୍ଡା ଯାତ୍ରା ଅଭିନେତ୍ରୀ ନୁହଁନ୍ତି। କାରଣ ଯାତ୍ରାରେ ଅଭିନୟ କରୁଥିବା ଅଭିନେତ୍ରୀମାନେ ଏତେ ଅସଭ୍ୟ ଓ ଅଭଦ୍ର ନୁହଁନ୍ତି। କୌଣସି ଦାବି ପୂରଣ ପାଇଁ ରାଜରାସ୍ତାକୁ ଯିବା ପୂର୍ବରୁ ଯାତ୍ରା ଇଣ୍ଡଷ୍ଟ୍ରୀର ଗୁରୁଜନଙ୍କ ସହିତ ଆଲୋଚନା କରିବାର ଥିଲା। ଏଠି ସଂଘର ନିଷ୍ପତ୍ତି ଅନୁସାରେ ସବୁ କିଛି କରାଯାଇଥାଏ। ରାନୀ ପଣ୍ଡା ଆମ ସଂଘରେ ନାହାନ୍ତି। ସେ ଯେହେତୁ ଯାତ୍ରା ଅଭିନେତ୍ରୀ ନୁହଁନ୍ତି ସଂଘରେ କେମିତି ରହିବେ ?

ରାନୀ ପଣ୍ଡାଙ୍କୁ ଧମକଚମକ ଦେବାନେଇ ବାପି କହିଛନ୍ତି ଏ ସବୁ ମିଥ୍ୟା ଖବର। ସିଏ କିଏ ଆମେ ତାକୁ ଧମକ ଦେବୁ। ଆମର ଦାବି ଜଣାଇବାକୁ ସରକାରଙ୍କୁ କହିଥିଲୁ। ସରକାର ରାଜି ହୋଇଥିଲେ। ବୈଠକ ହେବା ପୂର୍ବରୁ ରାନୀ ପଣ୍ଡା ରାସ୍ତାକୁ ଚାଲି ଆସିବାରୁ ସବୁ ଭଣ୍ଡୁର ହୋଇଗଲା। ଜୀବନ ପ୍ରତି ବିପଦ ରହିଥିବା ରାନୀ କରୁଥିବା ଅଭିଯୋଗ ଉପରେ ବାପି କହିଛନ୍ତି ମୁଁ ଡାକ୍ତର ନୁହେଁ, ତାଙ୍କୁ ଚିକିତ୍ସା କରିପାରିବିନି। ଯଦି ତାଙ୍କର ସେମିତି କିଛି ଅସୁବିଧା ହୁଏ ତା’ହେଲେ ସେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇପାରିବେ। କିନ୍ତୁ ବାପି ପଣ୍ଡା ଜଣେ ଆକ୍ଟର। ମୁଁ ଜଣେ ଡାକ୍ତର ନୁହେଁ ତାଙ୍କର ଚିକିତ୍ସା କରିବି।

ମତାମତ ଦିଅନ୍ତୁ ।