ଯାତ୍ରୀବାହୀ ବସ୍ ଓଲଟି ୫ ଆହତ

କାମାକ୍ଷାନଗର : ରାଉରକେଲାରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଶ୍ରୀରାମଜୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସଟି ଓଲଟି ପଡିବାରୁ ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଶ୍ରୀରାମଜୀ ନାମକ ବସ୍ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏହି ବସରେ ୫୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ମତାମତ ଦିଅନ୍ତୁ ।