ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭିଏସସନଗରରେ ସେବାକାର୍ଯ୍ୟ

ଭୁବନେଶ୍ଵର : ଆଜିକୁ ୧୬ ଦିନ ଧରି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ଓଡ଼ିଶା ମୋ ପରିବାର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ସେବା କାର୍ଯ୍ୟ ଜାରି ରହିଛି। ଭିଏସସନଗର କଲ୍ୟାଣ ମଣ୍ଡପସ୍ଥ ଟୀକାକରଣ କେନ୍ଦ୍ରରେ ଟୀକାନେଉଥିବା ସମସ୍ତ ଲୋକମାନଙ୍କୁ ସାନିଟାଇଜର, ମାସ୍କ୍ , ଥଣ୍ଡା ପାଣି, ବିସ୍କୁଟ, ଫ୍ରୁଟ ଜୁସ୍ ବଣ୍ଟନ କରାଯାଇଛି। ଏହାଛଡା ଏକ ମାସ ଧରି ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ସମୟରେ ବୁଲା କୁକୁର ଓ ଗୋରୁ ଗାଈ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଗରୀବ ଅଭାବୀ ଲୋକଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯିବା ଓ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଗଛ ଲଗାଇ ତା’ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ନେତା ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ବାବୁ ସାହୁ, ସାମ୍ବାଦିକ ସରୋଜ ରାଉତ , ଲୋକେଶ କୁମାର, ଦୀନବନ୍ଧୁ ପତି, ନୃସିଂହ ଧଳ , ଅକ୍ଷୟ ସ୍ଵାଇଁ, ଶିବାନନ୍ଦ ତାଡ଼, ଶୁଭମ୍ , ସର୍ଵଜିତ୍ ସାହୁ ଓ କାର୍ତ୍ତିକ, ଚିଣ୍ଟୁ ,ଅନିଲ ସାହୁ ଓ ଜୀବନ କୁମାର ସହିତ ଟ୍ରଷ୍ଟର ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ବୋଲି ଟ୍ରଷ୍ଟର ସଭାପତି ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button