ଜେଡିୟୁରେ ମିଶିଲେ ବିହାର ପୂର୍ବତନ ଡିଜିପି ଗୁପ୍ତେଶ୍ଵର ପାଣ୍ଡେ

ପାଟନା : ବିହାରର ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ପଦରୁ ସ୍ଵେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଜେଡିୟୁରେ ଯୋଗଦେବା ପରେ ପାଣ୍ଡେ କହିଛନ୍ତି ନୀତିଶ କୁମାର ଆମର ନେତା। ପାର୍ଟି ଓ ତାଙ୍କ ତରଫରୁ ଯାହା ଆଦେଶ ମିଳିବ ତାହା ପାଳନ କରିବେ।

ରବିବାର ଜେଡିୟୁରେ ସାମିଲ ହେବା ଅବସରରେ ଶ୍ରୀ ପାଣ୍ଡେ କହିଛନ୍ତି ପାର୍ଟି ଯାହା ଦାୟିତ୍ଵ ଦେବ ତାହା ପାଳନ କରିବେ। ଯଦି ନିର୍ବାଚନ ଲଢିବାକୁ କୁହାଯାଏ ତେବେ ସେ ନିର୍ବାଚନ ଲଢିବେ। ସେ କହିଲେ ମୁଁ ହୃଦୟ ଖୋଲା ମଣିଷ। ମୋତେ ଏବେ ମଧ୍ୟ ଜଣା ନାହିଁ ରାଜନୀତି କଣ ହୋଇଥାଏ। ଏହା ପୂର୍ବରୁ ଶନିବାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାରଙ୍କୁ ସେ ସାକ୍ଷାତ କରିଥିଲେ।

ମତାମତ ଦିଅନ୍ତୁ ।