ଜେଇଇ ମେନ୍ : ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର

ଭୁବନେଶ୍ୱର : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଶୁକ୍ରବାର ରାତିରେ ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୯.୯୯ ପ୍ରତିଶତ ନମ୍ବର ରଖି ୩୪ତମ ସ୍ଥାନରେ ରହିଛନ୍ତି।

ଶତପ୍ରତିଶତ ନମ୍ବର ରଖି ୨୪ ଜଣ ପରୀକ୍ଷାର୍ଥୀ ଟପ୍ପର ହୋଇଛନ୍ତି। ଏହି ତାଲିକାରେ ତେଲେଙ୍ଗାନାର ସର୍ବାଧିକ ୮ ପରୀକ୍ଷାର୍ଥୀ ଥିବା ବେଳେ ଦିଲ୍ଲୀର ୫ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, ହରିୟାଣାର ୨ଜଣ ଓ ଗୁଜରାଟ୍ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ରହିଛନ୍ତି।

ମତାମତ ଦିଅନ୍ତୁ ।