ଜେଏମ୍ଏମ୍ ନେତା ଶଙ୍କର ରବାନୀ ଓ ପତ୍ନୀଙ୍କୁ ନିର୍ମମ ହତ୍ୟା

ଧାନବାଦ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଧାନବାଦ ମହାନଗରର ଉପାଧ୍ୟକ୍ଷ ଶଙ୍କର ରବାନି ଓ ତାଙ୍କ ପତ୍ନୀ ବାଳିକା ଦେବୀଙ୍କୁ ନିର୍ମମ ହତ୍ୟା କରାଯାଇଛି।

ପୋଲିସର କହିବା ଅନୁସାରେ ଘଟଣାକୁ ଦେଖି ଅନୁମାନ ଲଗାଯାଇପାରିବ ହତ୍ୟାକାରୀମାନେ ଘରେ ପଶି ଶୋଇଥିବା ଦମ୍ପତ୍ତିଙ୍କୁ ଉଠାଇଥିଲେ। ପ୍ରଥମେ ଦୁର୍ବୃତ୍ତମାନଙ୍କର ଦମ୍ପତ୍ତିଙ୍କ ସହ ଝଗଡ଼ା ହୋଇଥିଲା। ପରେ ସେମାନଙ୍କୁ ଅଗଣାକୁ ଆଣି ଛୁରୀ ଭୁଷି ହତ୍ୟା କରାଯାଇଥିଲା। ଘର ଭିତରୁ ଦୁଇଥର ଫାୟାରିଂର ହୋଇଛି। କାରଣ ଘଟଣାସ୍ଥଳରୁ ପୋଲିସ୍ ୨ଟି ଖୋଖା ଓ ଛୁରୀ ଜବତ କରିଛି। ଦମ୍ପତ୍ତିଙ୍କ ମୃତଦେହ ଘରର ଅଗଣାରେ ପଡ଼ି ରହିଥିଲା ବେଳେ ରବିବାର ସକାଳେ ସ୍ଥାନୀୟ ଲୋକେ ଏହା ଜାଣିବାକୁ ପାଇଥିଲେ। ପୋଲିସ୍ ଏବେ ଏହି ମାମଲାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।