ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଜୟପାଲ ସିଂ। ଘର ହରିୟଣାରେ ବୋଲି ଜଣାପଡ଼ିଛି। ଜୟପାଲ ଗଞ୍ଜେଇ ଚାଲାଣ ମାମଲାରେ ଗତ ଅକ୍ଟୋବର ୧୬ ତାରିଖରୁ ଜେଲ୍‌ରେ ଥିଲେ। ସୋମବାର ସକାଳେ ହଠାତ୍‌ ଅଚେତ୍ ହୋଇଯିବା ପରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜେଲ୍ ଅଧିକ୍ଷକ ହନୁ ସେଠୀ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।