ଝାରସୁଗୁଡ଼ା-ପାଟନା ବିମାନସେବା ମେ’ ୧ରୁ

ଝାରସୁଗୁଡ଼ା : ଆସନ୍ତା ମେ ୧ ତାରିଖ ଠାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ ବୋଲି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି। ସେ କହିଛନ୍ତି ସ୍ପାଇସଜେଟ୍ କମ୍ପାନିର ୭୮ ସିଟ୍ ବିଶିଷ୍ଟ ବିମାନ କ୍ୟୁ ୪୦୦ ପ୍ରତିଦିନ ପାଟନାରୁ ବାହାରି ଝାରସୁଗୁଡ଼ାଠାରେ ଅପରାହ୍ନ ୪ଟା ୨୦ ମିନିଟରେ ପହଞ୍ଚିବ ଓ ୪ଟା ୫୦ ମିନିଟରେ ପାଟନା ଅଭିମୁଖେ ଯାତ୍ରା କରିବ।

ପାଟନାରୁ ଏହି ବିମାନ ପୁଣି ଆସାମର ଗୁଆହାଟି ଅଭିମୁଖେ ଉଡ଼ିବ। ଝାରସୁଗୁଡ଼ାରୁ ଗୁଆହାଟିକୁ ଯାତାୟାତ କରିବା ଦିଗରେ ଏହି ବିମାନ ଯାତ୍ରୀମାନଙ୍କ ପାଇଁ ସହାୟକ ହେବ। ଏହାଦ୍ୱାରା ଉତ୍ତର-ପୂର୍ବ ଭାରତ ସହ ଆକାଶ ମାର୍ଗରେ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶା ଯୋଡ଼ି ହେବ।

Leave a Reply

Your email address will not be published. Required fields are marked *

Back to top button