ଜିତିଲେ ଦିନ ମଜୁରିଆଙ୍କ ପତ୍ନୀ ଚନ୍ଦନା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସୋଲତରା ଆସନରୁ ପ୍ରାର୍ଥୀ ହୋଇଥିବା ଦିନ ମଜୁରିଆଙ୍କ ପତ୍ନୀ ଚନ୍ଦନା ବାଉରି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ମଣ୍ଡଳଙ୍କୁ ୪ ହଜାର ଭୋଟରେ ପରାଜିତ କରିଛନ୍ତି।

ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଚନ୍ଦନା ବାଉରୀ। ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ। ନିର୍ବାଚନ ଜିତିବା ପରେ ଚନ୍ଦନା କହିଛନ୍ତି ଟିକେଟ୍ ପାଇବା ପୂର୍ବରୁ ସେ ପ୍ରାର୍ଥୀ ହେବେ ବୋଲି ଚିନ୍ତା କରିନଥିଲେ। ଏହାପରେ ସେ ଅନେକ ଲୋକଙ୍କ ସମର୍ଥନ ପାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେ ବିଜୟୀ ହେବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚନ୍ଦନା ନିର୍ବାଚନ ଜିତିବା ପରେ ସୋସିଆଲ୍ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *

Back to top button