ଯୌନକର୍ମୀଙ୍କୁ ଶୁଖିଲା ରାସନ ଯୋଗାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନ୍ୟାସନାଲ ଏଡସ୍ ନିୟନ୍ତ୍ରଣ ସଂଗଠନ ଓ ଜିଲ୍ଲା ଆଇନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଚିହ୍ନିତ ଯୌନକର୍ମୀଙ୍କୁ ଶୁଖିଲା ରାସନ ଯୋଗାଇଦିଅ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ରାସନ କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନଥିଲେ ମଧ୍ୟ ସେମାନଙ୍କୁ ରାସନ ଯୋଗାଇକୁ କୋର୍ଟ କହିଛନ୍ତି।

କରୋନା ସମୟରେ ଯୌନକର୍ମୀଙ୍କ ନିକଟରେ କୌଣସି କାମ ନାହିଁ। ସେମାନଙ୍କ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହାଛଡା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏଡସ୍ ନିୟନ୍ତ୍ରଣ ସଂଗଠନ ଓ ଜିଲ୍ଲା ଆଇନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଚିହ୍ନିଟ ଯୌନକର୍ମୀଙ୍କ ମଧ୍ୟରୁ କେତେ ଜଣଙ୍କୁ ଶୁଖିଲା ରାସନ ଯୋଗାଇ ଦିଆଯାଇଛି ତାହାର ଏକ ଆଫିଡେଭିଟ୍ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟର ଏକ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା କିନ୍ନରମାନଙ୍କ ପରି ଯୌନକର୍ମୀମାନଙ୍କୁ ଆର୍ଥିକ ସହାୟତା ଦିଆଯାଇ ପାରିବ କି ନାହିଁ ସେ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ଜଣାଇବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ମତାମତ ଦିଅନ୍ତୁ ।