ଜୁଆଆଡ୍ଡାରୁ ୧୨ ଜୁଆଡି ଗିରଫ

ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୧୨ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୨ ଲକ୍ଷରୁ ଅଧିକ ଟଙ୍କା, କାର୍‌ ଓ ୧୫ଟି ମୋବାଇଲ୍‌ ଜବତ ହୋଇଛି।

ଖବର ଅନୁଯାୟୀ ଷ୍ଟେସନ ନିକରେ ଜୁଆ ଖେଳ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଏକ ହୋଟେଲରେ ଚଢଉ କରି ପୋଲିସ ୧୨ଜଣଙ୍କୁ ଗିରଫ କରିଛି। ଜବତ ହୋଇଛି ୧୨ଲକ୍ଷ ୨୭ହଜାର ୫୦୦ ଟଙ୍କା, ଦୁଇଟି କାର, ୧୫ଟି ମୋବାଇଲ ସମେତ ଅନ୍ୟାନ୍ୟ ସାମଗ୍ରୀ। ଗିରଫ ବ୍ୟକ୍ତିମାନେ ବିରାମିତ୍ରପୁର, କାଁସବାହଲ ଓ ରାଉରକେଲାର ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।