ଯୁବବର୍ଗ ଅଧିକ ସଂକ୍ରମିତ ଖବର ଠିକ ନୁହେଁ : ଆଇସିଏମଆର ଡିଜି

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ହୋଇଛି। କରୋନାର ଦ୍ଵିତୀୟ ଲହରରେ କେଉଁ ବୟସ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ଓ କେଉଁମାନଙ୍କ ପ୍ରତି ବିପଦ ରହିଛି ତାହାର ସୂଚନା ଦେଇଛନ୍ତି ଇଣ୍ଡିଆନ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଡିଜି ଡାକ୍ତର ବଳରାମ ଭାଗର୍ବ।

ସୋମବାର ଡାକ୍ତର ଭାର୍ଗବ କହିଛନ୍ତି କରୋନାର ପ୍ରଥମ ଲହର ସହିତ ଦ୍ୱିତୀୟ ଲହରରେ ସଂକ୍ରମଣ ପ୍ରାୟ ସମାନ ରହିଛି। ଏବେ ୪୦ ବର୍ଷରୁ ଅଧିକ ବୟସ୍କ ୭୦ ପ୍ରତିଶତରୁ ଉର୍ଦ୍ଧ୍ଵ ସଂକ୍ରମିତ ହେଉଛନ୍ତି। କରୋନାର ଦ୍ୱିତୀୟ ଲହର ଯୁବବର୍ଗଙ୍କୁ ଟାର୍ଗେଟ କରୁଥିବା ନେଇ ଯେଉଁ ଆଲୋଚନା ହେଉଥିଲା ତା’କୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଶୂନରୁ ୧୯ ବର୍ଷ ଯାଏ ୫.୮ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ପ୍ରଥମ ଲହରରେ ଏହା ୪. ୨ ପ୍ରତିଶତ ଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଦେଶରେ ଆଜି କରୋନା ଦୈନିକ ସଂକ୍ରମଣ ୨.୭୩ ଲକ୍ଷକୁ ଟପି ରେକର୍ଡ ସୃଷ୍ଟି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁଯାୟୀ ସୋମବାର ସକାଳ ୮ଟା ସୁଦ୍ଧା ୨,୭୩,୮୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୬୧୯ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୫୦,୬୧,୯୧୯ରେ ପହଞ୍ଚିଛି। ସେହିପରି ଏହି ସମୟର ୧,୬୧୯ ମୃତ୍ୟୁକୁ ମିଶାଇ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୮,୭୬୯ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Back to top button