ଯୁବତୀଙ୍କୁ ଦୁର୍ବ୍ୟବହାର : ଦୁଇ ରୋମିଓ ଗିରଫ

0

ପୁରୀ : ଭୁବନେଶ୍ଵରରୁ ପୁରୀ ବୁଲିବାକୁ ଆସିଥିବା ଦୁଇ ଯୁବତୀଙ୍କୁ ସମୁଦ୍ରକୂଳରେ କମେଣ୍ଟ ସହ ଦୁର୍ବ୍ୟବହାର କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଏହି ଅଭିଯୋଗରେ ଦୁଇଜଣଙ୍କୁ ସମୁଦ୍ରକୂଳ ଥାନା ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ପୁରୀ ବୁଲିବାକୁ ଯାଇଥିବା ଭୁବନେଶ୍ଵରର ଦୁଇ ଯୁବତୀ ସମୁଦ୍ରକୂଳରେ ବୁଲାବୁଲି କରୁଥିବା ସମୟରେ କଟକର ୪ ଜଣ ଯୁବକ ସେମାନଙ୍କୁ କମେଣ୍ଟ କରିଥିଲେ। ଏଥିସହ ଦୁର୍ବ୍ୟବହାର କରିବାରୁ କିଛି ସମୟଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାଦେଖି ସ୍ଥାନୀୟ ଯୁବକ ସଂପୃକ୍ତ ଯୁବକମାନଙ୍କୁ ଅଟକ ରଖି ପୋଲିସକୁ ଫୋନ୍ କରିଥିଲେ। ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରି ଜଣଙ୍କୁ ଥାନାକୁ ନେଇଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ୪ ଜଣ ଯୁବକଙ୍କ ମଧ୍ୟରେ ଦୁଇଜଣ ନାବାଳକ ଥିବା ପୋଲିସ କହିଛି।

Leave A Reply

Your email address will not be published.