ଯୁକ୍ତ-୩ ସ୍ପଟ୍ ଆଡମିଶନ୍ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର : ଯୁକ୍ତ-୩ ପ୍ରଥମ ବର୍ଷରେ ସ୍ପଟ୍ ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି। କଲେଜରେ ଖାଲିଥିବା ସିଟ୍ ନେଇ ନଭେମ୍ବର ୯ ତାରିଖରେ ୱେବସାଇଟରେ ସୂଚନା ମିଳିବ। ଏହା ପରେ ନଭେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ବକ୍ସରେ ଆବେଦନପତ୍ର ପକାଇହେବ। ୧୭ ତାରିଖରେ ଆଡମିଶନ ପାଇଁ କଲେଜରେ ଚୟନ ତାଲିକା ପ୍ରକାଶ ପାଇବ। ନଭେମ୍ବର ୨୧ ତାରିଖରେ ଆଡମିଶନ ଫି’ ଦାଖଲ କରିବା ପରେ ୨୩ ତାରିଖରେ ଆଡମିଶନ ଡାଟା ଅପଡେଟ୍ ହେବ।

ମତାମତ ଦିଅନ୍ତୁ ।