ଜୁଲାଇ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ଵର : ମାଟ୍ରିକ୍‌ ଫଳ ପ୍ରକାଶକୁ ନେଇ ସୃଷ୍ଟି ଅନିଶ୍ଚିତତା ଦୂର ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ଆଜି ଏହି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା। ସେ କହିଛନ୍ତି ଇତିମଧ୍ୟରେ ଖାତାଦେଖା ଓ ଟାବୁଲେସନ୍ ପ୍ରକ୍ରିୟା ଶେଷ ହୋଇଥିବାରୁ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ।

ମତାମତ ଦିଅନ୍ତୁ ।