ଜୁନ୍‌ ୧୭ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଜୁନ୍‌ ୧୭ରୁ ୨୪ ତାରିଖ ମଧ୍ୟରେ ଆରମ୍ଭ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍‌ସ ଏଗ୍‌ଜାମିନେସନ ବା ଓଜେଇଇ। ଏଥିପାଇଁ ଚଳିତମାସ ୧୪ ତାରିଖରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି। ମେ ୧୫ ତାରିଖ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁନ୍ ପ୍ରଥମ ସପ୍ତାହରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିଯିବ। କମ୍ପ୍ୟୁଟର ବେସଡ ସିଷ୍ଟମ ମାଧ୍ୟମରେ ଓଜେଇଇ ପରୀକ୍ଷା ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button