ଜ୍ୟାକ୍‌ଲିନ୍ ପୋଷ୍ଟ୍ କଲେ ଟପ୍‌ଲେସ୍ ଫଟୋ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡେଜ୍‌। ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଫୋଲୋଅର୍ସ ସଂଖ୍ୟା ୪୬ ମିଲିୟନ ବା ୪ କୋଟି ୬୦ ଲକ୍ଷରୁ ଅତିକ୍ରମ କରିଛି। ଏହି ଖୁସ୍‌ରେ ତିନୋଟି ଟପ୍‌ଲେସ୍‌ ଫଟୋ ପୋଷ୍ଟ୍ କରି ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଇଛନ୍ତି। ଫଟୋରେ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଜ୍ୟାକ୍‌ଲିନ୍ ଶରୀରର ଉପରଭାଗ ମୁକୁଳା। ଏହାକୁ ଗୋଲାପ ଫୁଲରେ ଘୋଡ଼ାଇ ରଖିଛନ୍ତି। ଏହି ଫଟୋଗୁଡ଼ିକ ଫ୍ୟାନ୍‌ମାନେ ପସନ୍ଦ କରୁଛନ୍ତି। ଜ୍ୟାକ୍‌ଲିନ୍‌ ଆଗକୁ ଫିଲ୍ମ ‘ଆଟାକ୍‌’ ପାଇଁ ଶୁଟିଂ ଆରମ୍ଭ କରିବେ। ଏଥିରେ ତାଙ୍କ ସହିତ ଜନ୍ ଅବ୍ରାହମ୍‌ଙ୍କୁ ଦେଖିବାକୁ ମିଳିବ। ଏହାଛଡା ସଲ୍‌ମାନ୍ ଖାନ୍‌ଙ୍କ ‘କିକ୍‌-୨’ରେ ସେ ଅଭିନୟ କରିଛନ୍ତି।

ମତାମତ ଦିଅନ୍ତୁ ।