କାବୁଲରେ ବିସ୍ଫୋରଣ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆଜି ସିରିଏଲ ବୋମା ବିସ୍ଫୋରଣ ହୋଇଛି। ସହରର ଜନବହୁଳ ଗ୍ରୀନ ଜୋନ ଓ ଉତ୍ତର ଅଞ୍ଚଳରେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକ ହତାହତ ହୋଇଥିବା ଆଶଙ୍କା କରାଯାଉଛି। ତେବେ ସୂଚନା ମିଳିନି। ବିସ୍ଫୋରଣର ଶବ୍ଦ ଏତେ ଥିଲା ଯେ ଗୋଟିଏ ପରେ ଗୋଟିଏ ରକେଟ ଚାଲିଲା ଭଳି ଜଣାପଡିଥିଲା।

ଖବର ହେଲା ଶନିବାର ସକାଳେ ଦୁଇଟି ବୋମା ବିସ୍ଫୋରଣ ହୋଇଛି। ପୋଲିସ କାରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିବାରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିୟୋ ଓ ତାଲିବାନ ଏବଂ କତର ରାଜ୍ୟର ଆଫ୍ଗାନ ସରକାରଙ୍କ ବୈଠକ ପୂର୍ବରୁ ଏହି ବିସ୍ଫୋରଣ ହୋଇଥିବା ବେଳେ ଏଥିପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ମତାମତ ଦିଅନ୍ତୁ ।