କଳା କିସମିସ ଓ ପିସ୍ତା ବାଦାମରୁ ମିଳେ ଏହି ଫାଇଦା

ପିସ୍ତା ବାଦାମ ଓ କଳା କିସମିସ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ପିସ୍ତା ବାଦାମକୁ ସୁପରଫୁଡ୍ କୁହାଯାଏ। ଏଥିରେ ରହିଛି ଭିଟାମିନ୍ ଓ ପୋଷକ ତତ୍ତ୍ୱ। ସେହିପରି କଳା କିସମିସ୍ ଦାନ୍ତ ପାଇଁ ବହୁତ ଭଲ। କଳା କିସମିସରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି।

ପ୍ରତିଦିନ ପିସ୍ତା ବାଦାମ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିବ। ସୁସ୍ଥ ଓ ଫିଟ୍ ରହିବା ପାଇଁ ଏହାକୁ ଖାଦ୍ୟାରେ ଅନ୍ତର୍ଭୂକ୍ତ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପିସ୍ତା ବାଦାମ ସ୍ନାୟୁ ପ୍ରଣାଳୀକୁ ମଧ୍ୟ ଶକ୍ତିଶାଳୀ କରେ।

ଅଙ୍ଗୁର ଶୁଖାଇ ପ୍ରସ୍ତୁତ କରାଯାଏ କଳା କିସମିସ୍। ଏଥିରେ ଅନେକ ଗୁଣ ରହିଛି ଯାହା ଦାନ୍ତ ପାଇଁ ଲାଭଦାୟକ। କଳା କିସମିସରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହାଛଡା ପୋଟାସିୟମ ଓ ଲୌହ ରହିଥିବାରୁ ଦାନ୍ତକୁ ଚମକାଇବାରେ ସାହାଯ୍ୟ କରେ। ଦାନ୍ତ ହଳଦିଆ ସମସ୍ୟାର ମୁକ୍ତି ପାଇବାକୁ ଚାହୁଁଛନ୍ତି ଥିଲେ ମୁଠାଏ କଳା କିସମିସ୍ ଚୋବାଇ ଖାଇବା ଉଚିତ୍।

କଳା କିସମିସ୍ ରହିଥିବା ଫାଇଟୋକେମିକାଲ୍ସ ଦନ୍ତ କ୍ଷୟକୁ ରୋକିଥାଏ। ଯଦି ପିଠି, କାନ୍ଧ କିମ୍ବା ମୁହଁରେ କୌଣସି ପ୍ରକାରର ଦାଗ ଥାଏ ତେବେ ସେଥିପାଇଁ କିସମିସ୍ ବହୁତ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *

Back to top button