କାଳବୈଶାଖୀ : ୫ ବଖରା ଘର ଭୁଷୁଡିଲା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢିକାପୁରଡ଼ି ପଞ୍ଚାୟତ ନେଉଳୀପଶି ଗାଁର ଲକ୍ଷ୍ମୀଧର ମହାନ୍ତଙ୍କ ୫ ବଖରା ଘର ଛପର ଭୁଷୁଡି ପଡିଛି। ଗତକାଲି କାଳବୈଶାଖୀ ଯୋଗୁ ପ୍ରବଳ ବର୍ଷା ଓ ପବନ ବହିବାରୁ ଘରର କ୍ଷତି ହୋଇଥିଲା। ଆଜି ସକାଳେ ଭୁଷୁଡି ପଡିଛି। ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ରବିବାର ବିଳମ୍ବିତା ରାତିରେ ପାଟଣା ବ୍ଲକ ଅଞ୍ଚଳରେ ହୋଇଥିଲା କାଳବୈଶାଖୀ। ପ୍ରବଳ ବର୍ଷା ସାଙ୍ଗକୁ ବହିଥିଲା ଖୁବ ଜୋରରେ ପବନ। ଆଜି ସକାଳୁ ଲକ୍ଷ୍ମୀଧର ମହାନ୍ତଙ୍କ ୫ ବଖରା ଘର ହଠାତ୍ ଭୁଷୁଡି ପଡିଥିଲା। କିନ୍ତୁ ଏହି ସମୟରେ ପରିବାର ଲୋକେ ଘର ଭିତରେ ନଥିଲେ। ଲକ୍ଷ୍ମୀଧର ଗରିବ ହୋଇଥିବାରୁ ଏବେ ମୁଣ୍ଡ ଗୁଣିବାକୁ ସ୍ଥାନ ନାହିଁ। ପ୍ରଶାସନ ଏହି ପରିବାରକୁ ଘର ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button