Breaking Newsଅପରାଧ

କଳାହାଣ୍ଡି ଡେପୁଟି କଲେକ୍ଟର ସସପେଣ୍ଡ

ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା ଅଭିଯୋଗରେ କଳାହାଣ୍ଡି ଡେପୁଟି କଲେକ୍ଟର ଅନିଶା ଦାସଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଉ କୁହାଯିଛି ସେ ଅନ୍ୟଦେଶ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟାଳୟରେ ରହିବେ।

ପୂର୍ବରୁ ଅନିଶା ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ବଡ଼ସାହି ଅଞ୍ଚଳର ଜଣେ ଟ୍ରକ୍ ମାଲିକଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କୁ ଧମକ ଚମକ ଦେବା ସହ ଗାଡ଼ିରେ ଥିବା ୬ ହଜାର ଟଙ୍କା ଛଡ଼ାଇ ଅଭିଯୋଗ ଆଣି ସଂପୃକ୍ତ ଟ୍ରକ୍ ମାଲିକ ବୈଶିଙ୍ଗା ଥାନାରେ ମାମଲା ରୁଜୁ କରିଥିଲେ।

ମତାମତ ଦିଅନ୍ତୁ ।

Back to top button