‘କାଳିଆ’ ଟଙ୍କା ଫେରସ୍ତ ସ୍ଥଗିତ

ଭୁବନେଶ୍ୱର : ରାଜ୍ୟର ଗରିବ କୃଷଙ୍କମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ। ଏହା ମାଧ୍ୟମରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। କିନ୍ତୁ ୩ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଫାଇଦା ଉଠାଇଥିବା ଜଣାପଡିବା ପରେ ସେମାନଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ସରକାରଙ୍କ ପକ୍ଷରୁ ନୋଟିସ କରାଯାଇଥିଲା। ଏବେ ଏହାକୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କାରୋନା ପରିସ୍ଥିତି ଓ ଖରିଫ ଚାଷ ଚାଲିଥିବାରୁ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଟଙ୍କା ଫେରସ୍ଥ ରଖିବା ନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମତାମତ ଦିଅନ୍ତୁ ।