କଳିଙ୍ଗ ଝୋଟ କଳରେ ଅଗ୍ନିକାଣ୍ଡ

ଢେଙ୍କାନାଳ : ଷ୍ଟେସନ ବଜାର କଳିଙ୍ଗ ଝୋଟ କଳରେ ଭୟାବହ ଅଗ୍ନିକାଣ୍ଡ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଥିବା ବେଳେ କାରଖାନାର କୋଟି କୋଟି ଟଙ୍କାର ଝୋଟ ସାମଗ୍ରୀ ଓ ମେସିନ ଜଳି ଯାଇଥିବା ଅନୁମାନ କରାଯାଉଛି।

ଖବର ଅନୁଯାୟୀ ନିଆଁ ଲାଗିଆ ସମୟରେ କାରଖାନାରେ ପ୍ରାୟ ଦୁଇ ଶହରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିଲେ। ନିଆଁ ଲାଗିବା ପରେ ସମସ୍ତ କର୍ମଚାରୀ କାରଖାନା ବାହାରକୁ ପଳାଇ ଆସିଛନ୍ତି। ନିଆଁର ପ୍ରକୃତ କାରଣ ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *

Back to top button