କମିଶନରେଟ୍ ପୋଲିସର ଦୁଇ କନଷ୍ଟେବଲ କରୋନା ପଜିଟିଭ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ରିଜର୍ଭ ଲାଇନର ଦୁଇଜଣ କନଷ୍ଟେବଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି କନଷ୍ଟେବଲଦ୍ୱୟ ଛୁଟିରୁ ଫେରି ଆଇସୋଲେସନରେ ଥିଲେ। ସେମାନଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ଉଭୟଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାର। ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମତାମତ ଦିଅନ୍ତୁ ।