Breaking Newsବାଣିଜ୍ୟ

କନ୍ଧମାଳ ଜିଲ୍ଲାରେ ୭ ଦିନ ବ୍ୟାଙ୍କ ବନ୍ଦ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସବୁ ବ୍ୟାଙ୍କ ୭ ଦିନ ବନ୍ଦ ରହିବ। ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ସପ୍ତାହେ ବ୍ୟାଙ୍କ ବନ୍ଦ ରହୁଥିବାରୁ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଦି ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ବ୍ୟାଙ୍କଗୁଡ଼ିକୁ ବନ୍ଦ କରାଯାଇଛି। ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ୭ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିବା ବେଳେ କିଛି ଲକ୍ଷଣ ଦେଖାଦେଲେ ପ୍ରଶାସନକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ବନ୍ଦ ସମୟରେ ବ୍ୟାଙ୍କ ସାନିଟାଇଜ୍ କରାଯିବ। ଏହାଛଡା ସପ୍ତାହକ ପରେ ବ୍ୟାଙ୍କ ଖୋଲିଲେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button