କନ୍ଧମାଳ : ଦୁର୍ଘଟଣାରେ ଭାଇ-ଭଉଣୀ ମୃତ

କନ୍ଧମାଳ : ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ପଂଚାୟତର ନମରବାଲି ଗୋଛାପଡ଼ା-ଫୁଲବାଣୀ ମୁଖ୍ୟ ରାସ୍ତାରେ ସୋମବାର ଅପରାହ୍ନରେ ବାଇକ୍‍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସୁଇସିଂ ପଂଚାୟତର ଲାଠିକୁପା ଗ୍ରାମର ଭଉଣୀ କମଳିନୀ କହଁର ଓ ଦାଦା ପୁଅ ଭାଇ ପ୍ରମୋଦ କହଁରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। କମଳିନୀଙ୍କ ନିଜଭାଇ ସୋମନାଥ କହଁର ଗୁରୁତର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।