କନଷ୍ଟେବଲଙ୍କୁ ଲୋକେ ପିଟୁଥିବା ଭିଡିଓ ଭାଇରାଲ

0

ନୂଆଦିଲ୍ଲୀ : କନଷ୍ଟେବଲଙ୍କୁ ଗୋଡାଇ ଗୋଡାଇ ଲୋକେ ପିଟିଲେ। ନିକଟରେ ଦିଲ୍ଲୀରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଦିଲ୍ଲୀର କ୍ଷାଲା ଅଞ୍ଚଳରେ କୌଣସି କାରଣରୁ ଲୋକେ ପିସିଆର ଭ୍ୟାନ୍‌କୁ ଫୋନ କରିଥିଲେ। କିନ୍ତୁ ପୋଲିସ ଟିମ ବିଳମ୍ବ ପହଞ୍ଚିବାରୁ ହେଡ୍‌ କନଷ୍ଟେବଲଙ୍କ ସହିତ ସ୍ଥାନୀୟ ଲୋକଙ୍କର ପାଟିତୁଣ୍ଡ ହୋଇଥିଲା। କିଛି ସମୟ ପରେ ଲୋକେ ଆରମ୍ଭ କରିଦେଇଥିଲେ ମାଡ। ଅନ୍ୟ ପୋଲିସମାନେ ଖସିଯାଇଥିଲେ ହେଁ କନଷ୍ଟେବଲ ରାମ୍‌ଙ୍କୁ ଲୋକେ ନିସ୍ତୁକ ପିଟିଥିଲେ।

Leave A Reply

Your email address will not be published.